1
ମୋ ମା'
--------------------------
ସବୁଯଦି କହିହେଉଥାନ୍ତା ବୋଧେ ଏ ପୃଥିବୀ ଅନ୍ୟକିଛି
ହେଇଥାନ୍ତା
ବେଦନାର ବୁକୁଚିରି ଭାବନାର ଲୁହସବୁ କାଗଜ ଡଙ୍ଗା ଭଳି ନଷ୍ଟହୋଇଯାନ୍ତେ,
ବେଦନାର ବୁକୁଚିରି ଭାବନାର ଲୁହସବୁ କାଗଜ ଡଙ୍ଗା ଭଳି ନଷ୍ଟହୋଇଯାନ୍ତେ,
ଠିକ୍ ମା ଦେଖିଲାବେଳକୁ ସବୁକିଛି ଶୁଖିଲା ଦିଶନ୍ତା
ବାଦଲଟା ଜିଭ ହଲେଇ ମା” ଙ୍କୁ ବି ବୋକି ବନେଇ
ଦିଅନ୍ତା!
ଚୁଲିମୁଣ୍ଡୁ ଆଖିଲୁହପୋଛା ପଣତଟା ଯେବେ ମୋ ହାତର
ଆଦ୍ରତା ଟାଣନ୍ତା,
ମୁଁବି କ ଆକାରେ “କଅ” କହି କହିଥାନ୍ତି
“ଏ ମା ଏବେ ପରା କହିଥିଲୁ ଯାତରା ଯିବା?”
ପୁଣି ଏକ ଅନାଗତ ଅନୁସୃତ ପନ୍ଥାନେଇ ମୋ ବୁଦ୍ଧିକୁ
ତଉଲା ଯାଆନ୍ତା,
ପୁଣି “ଅନ୍ଧାର ବାଇଆ” କିମିତିକା ଥିବ, ଭାବି ଭାବି
ସକାଳ ହୁଅନ୍ତା
ଏଠିକିନ୍ତୁ ଏମିତି ହୁଏନି
ଆ’ଣେ ରଇଜଳା ରାନ୍ଧିବି ନ ହେଲେ ମରରେ ରଇଜଳା କାନ୍ଦିବି!
ସବୁଦିନ ଭାତକଣ, ବିରିୟାନୀ କଲେ ଟିକେ ତମେ
ଖାଇଥାନ୍ତ!
ମାରୁତି ୮୦୦ ଗୋଟେଗାଡି, ସ୍କଅରପିଅ କେଡେ
ସୁନ୍ଦୁରିଆ ଦୁଉଛି,
ହେଇଟି ମମତା ନାହିଁ ବାସନ କିଏ ମାଜିବ? ଚାଲ
ମଧୁବନ୍ ଚାଲିଯିବା
ହେ ମା, ହେ ହେ; ତୁ ବି ତ ଥରେ କେତେ ଦିନ
ବାଧିକାରେ ପଡିଥିଲୁ...
ବାପାଙ୍କୁ ଲୁଚେଇ ଆମ୍ବୁଲ ଖାଉଥିଲୁ,
ପାଖଘର ବାସନ୍ତି ମାଉସୀ ଫେରିବାଲା ସାଙ୍ଗେ ବେପାର
କଲେ କବାଟ କିଳି ଡୁଙ୍ଗୁଥିଲୁ,
ଗୋଟେ ଗଡିଶାକୁ ରାନ୍ଧି ୩ଥର ତୁ ପେଟେଖାଇ
ବାପାଙ୍କୁ ମୋତେ ପୁରା ୪ ପିସ୍ ଦେଉଥିଲୁ!
ମୁଁ ଯେବେ ଆଉ ଖଣ୍ଡେ ମାଗୁଥିଲି କହୁଥିଲୁ “ଏବେ
ବାପା ଖାଇଦେଲି, କାଲି ଆଉ ଆଣିବା..”
ଶିମ୍ବ ତରକାରି ମଞ୍ଜି ଚୁଚୁମି ମୋତେ ଦେଉଥିଲୁ,
ଚୋପା ଖାଉଥିଲୁ
ପଚାରିଲେ ମଞ୍ଜି ତୋତେ “ଗନ” ଲାଗେ କହିଥିଲୁ
ଏବେ ମୁଁ ବୁଝୁଛି ମାଁ ତୁ କାହିଁ ଶିଘ୍ର ବୁଢୀ
ହେଇଗଲୁ
ସଂସାରଟା ରଖିବୁ ବୋଲି ହାଡ, ମାଂସ, ରକ୍ତ, ଭୋକ,
ସୁଖ, ଭୋଗ ସବୁ ଦେଇଦେଲୁ!
ରଖିଦେଲୁ ରକତର ସ୍ମାରକ,
ଜୀବନେ ବଞ୍ଚିଛି ମୁଁ ଜୀବିତ ଥିବି ବି
ତୋରସ୍ମୃତି ଥିବା ଯାକ, ତୋ ସନ୍ତକ ଏ ଜୀବନ
ଥିବାଯାକ
2
ବେରଙ୍ଗ ଜୀବନ
ସବୁତକ ରଙ୍ଗ
ଯଦି ଲାଗିଲା ମୋ ଠାରେ,
ତେବେ କାହିଁ ଲାଗେ ଏ ଜୀବନ ବେରଙ୍ଗ!
ବାହାରର ସବୁରଙ୍ଗ ଫିକାଲାଗେ ବନ୍ଧୁ
ଯେବେ ମଳିଛିଆ ହୋଇଯାଏ ଭିତରର ରଙ୍ଗ
ହଳଦିଆ ଏଠିପୁଣି କଳା କଳା ଲାଗେ
ମନିପର୍ସ୍ ଉପର ଚମଡା ଭଳି,
ନାଲି ତ ଭୟାନକ ଲାଗେ
ସତେକି ସେ ଦେବ ମୋତେ ଜାଳି!
ଉପରର ରଙ୍ଗ ବେଳେ ବେଳେ ଦେଖାଯାଏ
ଇନ୍ଦ୍ରଧନୁ ସପ୍ତରଙ୍ଗ ଭଳି,
ବାକିସବୁ ଲାଙ୍ଗୁଳ ଜାକି ପଳାନ୍ତି ମୋଠୁ;
ସତେ ଅବା ଗୋଡଉଛି ମୁଁ ତାଙ୍କୁ ଦେବାପାଇଁ ବଳି!
ବେଳେ ବେଳେ ଧଳାରେ ମୁ ପାଏ
ମୋ ନିଜ ଅସ୍ତିତ୍ବ;
କୈଶରର ଖେଳ ଆଉ ଯୌବନର ଗୀତ;
ଧବଳେଶ୍ବର ଯାତ୍ରା ଆଉ କଲେଜ୍ ସଙ୍ଗୀତ
ସେବେ ସବୁଥିଲା କି ଏବେ କହିବା ମୁସ୍କିଲ୍,
ସବୁ ଏବେ ଅଛି ଯାହା କେବେ ସେବେ
ମନ ଖୋଜୁଥିଲା
ଏବେ କିନ୍ତୁ ଖୋଜେ ସେ ଦିନକୁ ଯାହା ସେତେବେଳେ
ମୋ ସାଙ୍ଗରେ ଥିଲା
ଏବେ ଏଠି ଟଙ୍କା ଅଛି
ସନାଭାଇ ବରା ନାହିଁ କି ସେ ଘୁଗୁନି ନାହିଁ..
ରେସ୍ତୋରାଁର ଚେୟାରତ ଅଛି
ହେଲେ ମୋଠୁ ଛଡେଇବା ଲାଗି କେହି ନାହିଁ
ସେବେ ସବୁ କହୁଥିଲେ ଆବେ, ଶଳାଟା ଗଲା କୁଆଡେ?
ହେଲେ ଜଗୁଥିଲେ ମାଙ୍କଡା ପଥର ଉପରେ
ଧୁ ଧୁ ଖରା ଦି ପହରେ,
ଏବେ କିନ୍ତୁ ସବୁ ଫିକ୍ସ୍ ଟେଲିଫୋନ ଘଣ୍ଟି ବା,
ମୋବାଇଲ୍ ଏସ୍ ଏମ୍ ଏସ୍ ରେ
ଏବେ ମାଁ ଆଉ ଗାଳି ଦେଉନାହାଁନ୍ତି କି
ନଡିଆକତାରେ ଲାଇଫବୟ ଦେଇ ଘସୁ ନାହାନ୍ତି
ଖାଲି ଆଖି ନିର୍ବିକ ଅଭିବ୍ୟକ୍ତି ତାଙ୍କର,
ମୋ ପ୍ରତିଷ୍ଠା ସତେ ଅବା କରିତ ଦେଇଚି
ମୋତେ ଶତ୍ରୁ ମୋର
ଆଜି ମୋର ସବୁ ଅଛି ହେଲେ,
କେହି ନାହିଁ ମୋର ମୋ ନିଜର,
ରଙ୍ଗ ମରା ପରବରେ ବି
ମୋ ଅନୁମତି ଲୋଡାହୁଏ
ରଙ୍ଗ ମାରିଲା ଲୋକର!
ନିର୍ଜିବ ରଙ୍ଗରେ ତୋର ଏ ଜୀବନେ
କି ଦରକାର?
କଣତୁ ଅଧିକ କରି ପାରୁ
ଛଡାଇ ନେ ତୁ ତୋ ପତିଆରା,
କେହିନାହିଁ ଲୋକ ମୋତେ ଦେଖି ହସିବାର............
ତେବେ କାହିଁ ଲାଗେ ଏ ଜୀବନ ବେରଙ୍ଗ!
ବାହାରର ସବୁରଙ୍ଗ ଫିକାଲାଗେ ବନ୍ଧୁ
ଯେବେ ମଳିଛିଆ ହୋଇଯାଏ ଭିତରର ରଙ୍ଗ
ହଳଦିଆ ଏଠିପୁଣି କଳା କଳା ଲାଗେ
ମନିପର୍ସ୍ ଉପର ଚମଡା ଭଳି,
ନାଲି ତ ଭୟାନକ ଲାଗେ
ସତେକି ସେ ଦେବ ମୋତେ ଜାଳି!
ଉପରର ରଙ୍ଗ ବେଳେ ବେଳେ ଦେଖାଯାଏ
ଇନ୍ଦ୍ରଧନୁ ସପ୍ତରଙ୍ଗ ଭଳି,
ବାକିସବୁ ଲାଙ୍ଗୁଳ ଜାକି ପଳାନ୍ତି ମୋଠୁ;
ସତେ ଅବା ଗୋଡଉଛି ମୁଁ ତାଙ୍କୁ ଦେବାପାଇଁ ବଳି!
ବେଳେ ବେଳେ ଧଳାରେ ମୁ ପାଏ
ମୋ ନିଜ ଅସ୍ତିତ୍ବ;
କୈଶରର ଖେଳ ଆଉ ଯୌବନର ଗୀତ;
ଧବଳେଶ୍ବର ଯାତ୍ରା ଆଉ କଲେଜ୍ ସଙ୍ଗୀତ
ସେବେ ସବୁଥିଲା କି ଏବେ କହିବା ମୁସ୍କିଲ୍,
ସବୁ ଏବେ ଅଛି ଯାହା କେବେ ସେବେ
ମନ ଖୋଜୁଥିଲା
ଏବେ କିନ୍ତୁ ଖୋଜେ ସେ ଦିନକୁ ଯାହା ସେତେବେଳେ
ମୋ ସାଙ୍ଗରେ ଥିଲା
ଏବେ ଏଠି ଟଙ୍କା ଅଛି
ସନାଭାଇ ବରା ନାହିଁ କି ସେ ଘୁଗୁନି ନାହିଁ..
ରେସ୍ତୋରାଁର ଚେୟାରତ ଅଛି
ହେଲେ ମୋଠୁ ଛଡେଇବା ଲାଗି କେହି ନାହିଁ
ସେବେ ସବୁ କହୁଥିଲେ ଆବେ, ଶଳାଟା ଗଲା କୁଆଡେ?
ହେଲେ ଜଗୁଥିଲେ ମାଙ୍କଡା ପଥର ଉପରେ
ଧୁ ଧୁ ଖରା ଦି ପହରେ,
ଏବେ କିନ୍ତୁ ସବୁ ଫିକ୍ସ୍ ଟେଲିଫୋନ ଘଣ୍ଟି ବା,
ମୋବାଇଲ୍ ଏସ୍ ଏମ୍ ଏସ୍ ରେ
ଏବେ ମାଁ ଆଉ ଗାଳି ଦେଉନାହାଁନ୍ତି କି
ନଡିଆକତାରେ ଲାଇଫବୟ ଦେଇ ଘସୁ ନାହାନ୍ତି
ଖାଲି ଆଖି ନିର୍ବିକ ଅଭିବ୍ୟକ୍ତି ତାଙ୍କର,
ମୋ ପ୍ରତିଷ୍ଠା ସତେ ଅବା କରିତ ଦେଇଚି
ମୋତେ ଶତ୍ରୁ ମୋର
ଆଜି ମୋର ସବୁ ଅଛି ହେଲେ,
କେହି ନାହିଁ ମୋର ମୋ ନିଜର,
ରଙ୍ଗ ମରା ପରବରେ ବି
ମୋ ଅନୁମତି ଲୋଡାହୁଏ
ରଙ୍ଗ ମାରିଲା ଲୋକର!
ନିର୍ଜିବ ରଙ୍ଗରେ ତୋର ଏ ଜୀବନେ
କି ଦରକାର?
କଣତୁ ଅଧିକ କରି ପାରୁ
ଛଡାଇ ନେ ତୁ ତୋ ପତିଆରା,
କେହିନାହିଁ ଲୋକ ମୋତେ ଦେଖି ହସିବାର............
3
ପରିଚୟ ମୋର
ପରିଚୟ ମୋର
ସୁଦୂର କେଉଁ
ଝାଉଁ ବଣର ସୁ.. ସୁ.. ମୁଁ,
ବିଳପିତ ଏକ
ପାହାଡି ଝରଣା କୁଳୁକୁଳୁ,
ଅବା ତପନର ଖାଁ
ଖରାବେଳ ବରଗଛ,
ଖଦ୍ୟୋତ ପେଟର
ଟିକି ଆଲୁଅ ମୁଁ ଜୁଳୁଜୁଳୁ
ଥିଲି ମୁଁ
କେଉଁଠି କେଉଁ ଠିକି ଯିବି ଜାଣିନାହିଁ,
ଥିଲେ କିଏ ମୋର
କେଉଁଠି କେବେ ମନେନାହିଁ,
ଡଙ୍ଗାର ମଙ୍ଗ
ଧରି ମୁଁ ନାବିକ ଏଠି ମୋର,
ମୋର
ସାମ୍ରାଜ୍ୟରେ କାହାର ହୁକୁମ୍ ଚଳେନାହିଁ
ପରିଚୟ ମୋର
ନିହାତି ନିଜର ଜାଣେମୁହିଁ,
ଛତ୍ରଧାରୀ
ହେବା ପରିକଳ୍ପନା କରିନାହିଁ,
ଯିଏବି ଆସେ ମୋ
ଏଇ ଜୀବନେ ଛାଡେ ନାହିଁ,
ପରକି ଆପଣା
ଭାବ ନାହିଁ କିବା ଦ୍ବନ୍ଦ ନାହିଁ
କାହିଁକି ଏତେ
ବାନ୍ଧିବି ଜୀବନେ ଭାବେ ମୁହିଁ!
ସମୟ ଆସିଲେ
ପୁରୁଣା ସଂପର୍କ ଭାଙ୍ଗିଯାଏ,
ଦେହଠୁ ଜୀବନ
ଚାଲିଯାଏ ଏଠି ଦେଖୁ ଦେଖୁ,
ତାଙ୍କଠୁ
ପୁରୁଣା ସମ୍ପର୍କ ଆଉ ଅଛି କାହିଁ?
ଗୋଟାଇ ଚାଲିଛି
ଯେତେ ଯେତେ ସ୍ମୃତି,
ଜାଣିଛି ତାର
ବି ମୁଲନାହିଁ,
ଦୁନିଆଟା ମୋର
ଏକାନ୍ତ ନିଜର,
ହେଲେ ମୁଁ
ଏକାନ୍ତ,
ନିରବ ଅଶାନ୍ତ,
ମୋର ବୋଲି ଏଠି
କେହି ନାହିଁ
4
ସତରେ ସତର
ଅଡୁଆ ନାଗୁଛି ଟାଇଟଲ ଶୁଣି, ପଢିଲେ ଫିଟିବ ଗୁମର,
ଆରସନ ମୋତେ ସତର ଛୁଇଁବ, ଏସନ ମୋତେ ତ ଅଠର,
ସତରେ ଭାଇ ସତର, ଆଜିପାଇଁ କିନ୍ତୁ ଅଠର!
ବାପାମୋର ଏଠି କାନ୍ତରାଟି ଥିଲେ, ଭାଇ ମୋର ଇଞ୍ଜିନିୟର,
ମାମୁଁ ମୋର ଗୋଟେ ଥାନା ଅଫିସର, ମାଁ ରିଟାୟାଡ ଟିଚର,
ଯୋଗକୁ ସଭିଙ୍କ ଇନ୍ଦିରାଘର ମୋର ବି ସୁବିଧା ଅପାର
ଦିବର୍ଷ ଆଗରୁ ଗିଆସେ ଆସିଛି କାଗଜେ ହେଇଚି ବା” ଘର,
ଏସନ ମୋତେତ କହୁଛନ୍ତି ଘରେ ଚାକିରି ପାଇଁ ତୁ ସଜ କର,
କାଗଜ ପତର ଦରକାର ନହେଲେ କରିବେ କିସ ମଙ୍ଗଳ,
ଆମ ଏ ଉଦାର ସରକାର!
ଦୁରନିତି ରୋକି ହାଲିଆ ହୋଇଛି ସରକାରି କଳ ମଣିଷ,
ରିଜରଭେସନ କୋଟା ରଖିଛନ୍ତି ମହାନ ପୁରୁବ ପୁରୁଷ,
ଏବେ ଆଉ ବାବୁ ଡର କା”ର,
ରାଇଜରେ ଏବେ ପଡୁଛି ଉଠୁଛି ରିଜରଭେସନ ଜୟକାର
ମାଟିରିକି ପରା ନସାରି ଏଇଠି ନେତା ହେଉଛନ୍ତି ବନ୍ଧୁଗଣ,
ମାଟିମାଦୁ ପୁଣି ପଣ୍ଡିତ ସାଜନ୍ତି ଶୁଣି ଟଙ୍କା ସ୍ବର ଋଣୁଝୁଣ,
ବି.ଇଡି ବାବୁ ଏ ଅଟନ୍ତି, ଲବଣ-କ୍ଷାର ର ଅନ୍ତର ନ ଜାଣି,
“ସମାନଟା” କହି ଦିଅନ୍ତି,
ଆଖି ମୋର ଖାଲି ସେଦିନ ଖୋଜୁଛି ଆସିବ ସେ ପୁଣି ତତକ୍ଷଣେ,
ଅଗଷ୍ଟ୍ ୧୫ ଜାନୁଆରୀ ପର୍ବ ଯେଦିନ ହୋଇବ
ସମାନ!
ଏ ପରା ଆମର ଅବଧାନେ, କହିଦେନେ ସିଏ ସତ ହେଇଥିବ,
ତୁମେ ଜାଣ କି ନଜାଣ!
ଦିଟାରେ ତ ଉଡୁଛି ପତକା, ଓଲଟା କେବେବି ହେଇଯାଉଛି,
ଦେଖିକି ହୁଏ ମୁଁ ତାଟକା, ସାରେ ଆମର ଫଟକା,
ଆସିଲେ କିଏସେ ଗଲେ କି ମଲେ ନଥାଏ ତାଙ୍କଠି ଛନକା,
ଜାଣିଗଲି ଏବେ ସତ କଣ,
ଏଥିଲାଗି ପରା ପୁରାନ୍ତି ପିଲାଙ୍କୁ୍ କନଭେଟେ ପ୍ରିୟ ଗୁରୁଗଣ,
ସର୍କାରି ଚାକିରି, ଟିଉସନ ଆଉ ଗୁରୁଦିବସରେ,
ଶୁଝି ପକାନ୍ତି ସେ ଛାତ୍ର ଋଣ, ସତେ ସେ କେଡେ ମହାନ!
ଆଜି ମୁଁ ଅଠର ତାଙ୍କରି କୃପାରୁ, ସେ ତ ଆରତ ତ୍ରାଣ,
୪୦ରେ ଆଉ ୬୦ ପାଇଁକି ଯଦି ରହିବ ତାଙ୍କର ଦାନ,
ବୁଢାକାଳେ ଆଉ ଉପୁରି ପେଈଁକି ହେବିନି ମୁଁ ଦୀନହୀନ,
ନାଗୁ ଯାହା ପଛେ ଦେବା ତାଙ୍କୁ ଧନ ସେପରା ଆମର ଗୁରୁଜନ
ସତରେ ଅଠର ଆଜିକା ପେଈଁ, କାଲିକି ମୋତେ “ତୁ” କହିବୁନି,
କହିଲେ ଧକ୍କାଏ ଦେବିଯେ ପୁଅ, ବାପାତୋ ଚିହ୍ନି ପାରିବେନି
ହା....ରେ... ଭୋଅଟ ପେଇଁ କିଏ କେତେ କରୁଚି.....
5
ଓଡଶ ମୁହିଁ
ଓଡଶ ମୁହିଁ, ମୋହରି ନାଁରେ ଓଡିଶା ଭୁଇଁ,
ଜନମ ମୋହର ଏମାଟି ଉପରେ ତୁମ ଭଳିଆକୁ ଶୋଷିବା ପେଇଁ
କଲମ ମୋର ହତିଆର, ଟୋକାପଲ ମୋ ପଟୁଆର,
ନିଇତି ହୁଅଇ ବରଯାତ୍ରୀ ମେଳ, କନିଆ ନିର୍ବନ୍ଧ ଲୋଡାନାହିଁ!
ଓଡଶ ମୁହିଁ!
ବାପଦାଦି ମୋର ଥିଲେ କି ନଥିଲେ ଜଣା ନାହିଁ,
ଆପେ ବଞ୍ଚିଲେ ପାକିଟି ଫୁଲିବ ଏକଥା ସିଓର ଜାଣେ ମୁହିଁ,
ପାଠଶାଠ ମୋର ଲୋଡା ନାହିଁ, ପଇସା ଫେଙ୍କି ନିଇତି ତାମସା ଦେଖେ ମୁହିଁ,
ଗୋଟେ ବିଡାଦେଲେ କେତେଯେ ମିଳିବ ତାଠାରୁ ଅଧିକ ପଚାରେ ନାହିଁ
ଓଡଶ ମୁହିଁ!
ରକତ ସବୁରି ମୋର ପ୍ରିୟ, କିମିତି ହେଲେବି ଟାଣୁଥାଇ,
ଏଖଟରେ ଯଦି ଡିଡିଟି ବାସିଲା, ଆରକୁ ସଲଟି ଯାଏମୁହିଁ,
ଲାଜ ମହତଟା କେଉଁ ଦରବରେ, ଆଜିମଲେ କାଲିବାସି ହୁଏ ମଡା,
“ମମତା” ରକ୍ଷିତା “ପୁଜା” ଧନ୍ଦାବାଲି “ଜୟା” ମୋ ପ୍ରେମିକା-
ସଭିଙ୍କ ପାଖରେ ଥାଏ ମୁହିଁ,
ଓଡଶ ମୁହିଁ!
ଏଠି ସବୁଠି ରାଜୁତି ମୋର ରେ ଭାଇ, ସବୁ ବାବୁଭାୟା ଚଉକି ତଳେ,
ଘାଲେଇ ଶୋଇଛି ଖାଲି ମାହାଳିଆ ଭାବିବୁ ନାହିଁ!
ଠିକଣା ବେଳରେ ଅନ୍ତନାଡିରୁବି, ରକତପିଇବା ଜାଣେ ମୁହିଁ
ଓଡଶ ମୁହିଁ!
ମୋତେମାରିବାକୁ ଓଷଦ ନାହିଁ, ସବୁବିଷ କଟେ ଶାଗୁଆ ନୋଟରେ
ନହେଲେ କଲବ୍ ଟୋକାଙ୍କ ଦେଇ,
ଘରମୋ କହିଲେ ନିଜରନାହିଁ, କୋଉ ଲୋକ ଅଛି ନାଇଁ କରିଦେବ
ଯେବେମୁଁ କହିବି, “ଏଇ ଘରଟିରେ ଜନମ ମୁହିଁ!”
ଓଡଶ ମୁହିଁ!
ଏଠି ଆଉ ଚାଖି ଖୁଣ୍ଟିଆ ନାହିଁ, ନାହିଁ କେ କାହାର ନିଜର ହୋଇ,
ରକତଟାଣିବା ବଇନା ମିଳୁଛି ଆଉ କି କହିବି କହରେ ଭାଇ,
ବଇଦ ତୁଟୁକା କାମ କରିବନି, ଯେ ଆମ କାମୁଡା ଖାଇଥାଇ,
ଡାକତର ବାବୁ ଯାଣିଲା ବେଳକୁ ପାଉଁସ ମୁଠାଏ ଥାଏ ରହି
ଓଡଶ ମୁହିଁ, ମୋଠାରୁ ବଳୁଆ କେହିନାହିଁ
6
ପ୍ରଣାମୀ ପ୍ରଣୟ ନିବେଦନ
ଚୁନା ଚୁନା
ଜହ୍ନ ରାତି,ଚିକ୍ ମିକ୍
କୁଳୁକୁଳୁ ଝରଣା,ବିଧିର ବିଦୃପ
ଏଠି ସଖୀ,ମୁଁ ଆଜି ଏକା,
ଆନମନାକହିଥିଲ
ଆସିଯିବ ସଅଳ ସଅଳ,ପ୍ରଣୟ ପରଶି
ଯିବ ସଅଳ ସଅଳ,ନିଦାଘ ତ
ଚାଲିଗଲା,
ବସନ୍ତ ବି
ଚାଲିଯିବହେଇନିକି ତୁମ
ବେଳ?ଚନ୍ଦ୍ର ମଉଳି
ଗଲାଣି,
ଆଉ ନିଶିଗନ୍ଧା
ଝଡିଲାଣି,ତୁମେତ
ଫେରିଲନାହିଁ,ଦେଲନିବି ତୁମ
ଠିକଣାତୁମକୁ ଖୋଜି
ମୁଁ ସଖୀ,ଆଜି ମୁଁ ବି
ମୋ ପାଖେ ଅଜଣା!ଏମିତି ତୁମେ
ଯେ ଖେଳିବ ମୋ ସାଥେ,ଭାବି ନଥିଲି
ମୁଁ ଦିନେକବାଟ ନକିଳି
ଦାଣ୍ଡରେ ରାତିରେ,ବୁଲୁଛି ଏକା
ଗୋପନେ!ଗୋପା
ସୌନ୍ଦର୍ଯ୍ୟ କୁ ତୁଚ୍ଛକରି ଦିନେ,ସିଦ୍ଧାର୍ଥ ତ
ପାଇ ଥିଲେଏଇମୋ ଜୀବନେ
କେବଳ ତୁମେତ,କାହିଁକି ରୁହ
ମଉନେ?ବହୁବାଟ ଅଛି
ସଖୀ ଚାଲିବାକୁ,ସାଥେ ସାଥି
ମୋର ହେବକି?ନିରବ ନିଶଥ
ନିଶ୍ଚଳ ଜୀବନେ,ତୁମରି ପରଶ
ଦେବକି ?ରାତ୍ରି
ଅନ୍ଧାରେ ଡରିଗଲକିବା,ସଂସାର କଥା
ଭାବିକି,ମୁଁ ଯେ ତୁମର
ତୁମେଯେ ମୋହର,ଲାଜ ପୁଣି
କାହିଁ ଏଥିକି!
7
ଆ
ଚାଲିଯିବା ଗାଁକୁ
ନିଦ୍ରାରୁ ଉଠି
ଦେଖେ ମୁଁ ସପନେ
କିଏ ସେ କୁଆଡେ
ଧାଉଁଛି!
ଚନ୍ଦ୍ରାଲୋକରେ
ଭିଜା ତା କବରୀ,
ପାଦ ଚଞ୍ଚଳ
ପଡୁଛି!
ଦୁର ବସ୍ତିର
ଭଙ୍ଗା ଦରଜାଟା,
ଖଡ୍ କରି
ବନ୍ଦ୍ ହେଲା,
ଭିତରେ ଖାଲି
ବାଘ, ହେଣ୍ଟାଳ
ମାଉଁସ ଗନ୍ଧରେ
ନିଶ୍ବାସ ନିଆରେ,
ପୋଡୁଚି କବରୀ,
ପୋଡା ଗନ୍ଧ
ଉଡେ କ୍ରନ୍ଦନର ସ୍ବରେ
ଖୋଲୁଛି ଦରଜା
ଉଠିବ ଶବ,
ଜୀବନର ଏତ
ସବୁଦିନ କଥା,
କାହାକୁ କହିକି
କି ଆଉ ଲାଭ
ଏଥରକ ଆଉ ଶବ
ଶୋଇବନି ଚିତା ନିଆରେ ,
ଦହିବନି
ଆତ୍ମା,
ପେଟ ଭୋକରେ
ସତେକଣ ଖାଇବା
ଖୋଇବା ଏ ଜଗତ?
ପ୍ରେମ ପ୍ରୀତି
ଏଠି ସବୁ ସୀମିତ?
ରାତିରେ ଖଟରେ,
ଦିନରେ ମଠରେ,
ଖରାବେଳଟା
ହନ୍ତସନ୍ତ!
ଚାକିରୀ କରିବୁ
ଟଙ୍କା ଅରଜିବୁ,
ଖାଇବୁ ପିଇବୁ
ଆଉ.... ମରିବୁ!
ଯଦି ଜୀବନରେ
୧୦୦ ଜଣ ପାଇଁ
ଜିଇଁ ନ
ପାରିବୁ,
ତେବେ ତୁ ମଣିଷ
ପଦ ବାଚ୍ୟ ହେବୁ?
ଚାଲ ବଞ୍ଚିବା
ଜୀବନଟେ,
ପୁଣିଥରେ ଫେରୀ
ନ କରି
ଫେରିଯିବା
ମମତା କୋଳକୁ,
ବିଲୁଆ କୁକୁର
କାଶତଣ୍ଡି ଭରା
ଆମ ଗାଁକୁ
.... ଆମ ଗାଁକୁ.....

No comments:
Post a Comment